ଶୁଭ୍ରାଂଶୁଙ୍କ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ

ଶୁଭ୍ରାଂଶୁଙ୍କ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ

ଭୁବନେଶ୍ୱର । କଟକ ବଡ଼ ମେଡ଼ିକାଲରେ ଅସ୍ତି ମଜ୍ଜା ଅପରେସନ ହୋଇଥିବା କର୍କଟ ପୀଡିତ ବାଳକ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କ ମୂର୍ତ୍ୟୁ ଉପରେ କଟକ ବଡ଼ ମେଡ଼ିକାଲ ର ମିଥ୍ୟା ସମ୍ବାଦ ପ୍ରକାଶିତ ଉପରେ ଗାନ୍ଧୀ ମାର୍ଗରେ ଓଡିଶା ସମାଜସେବୀ ମହାସଙ୍ଗ ର ଏକ ଦିବସିୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶୁଭ୍ରାଂଶୁଙ୍କର ମୂର୍ତ୍ୟୁର ମିଥ୍ୟା ଖବର ପ୍ରକାଶିତ କରିଥିବା ଘଟଣାକୁ ମହାସଙ୍ଘ ଦୃଢ଼ ନିନ୍ଦା କରିବା ସହ ସରକାରଙ୍କୁ ନିବେଦନ ସହ ଦାବି କରିଥିଲା ଯେ ଶୁଭ୍ରାଂଶୁଙ୍କ ମୂର୍ତ୍ୟୁ ର ବାସ୍ତବ ସତ୍ୟାସତ୍ୟ ଲୋକଲୋଚନକୁ ଆସୁ ।

ଭୁଲ ଅପରେସନ କରିଥିବା ଓ ମିଥ୍ୟା ରିପୋର୍ଟ ଦେଇଥିବା ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ଅପରେଶନ ନାଁ ରେ ଏକ୍ସପେରିମେଣ୍ଟ କରିଥିବା ଘଟଣାରେ ରାଜ୍ୟରେ ବାଃ ବାଃ ନେଇଥିବା ରାଜ୍ୟ ସରକାର ଶୁଭ୍ରାଂଶୁଙ୍କ ପରିବାର କୁ କ୍ଷତିପୂରଣ ସ୍ୱରୂପ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ବୋଲି ଏହି ପ୍ରତିବାଦ ସଭାରରେ ମହାସଙ୍ଘ ଦାବି ରଖିଥିଲା ।

ଏହି ପ୍ରତିବାଦ ସଭାରେ ଶୁଭ୍ରାଂଶୁଙ୍କ ବାପା ସନାତନ ସାହୁ, ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା, ସମାଜସେବୀ ମନସ୍ମିତା ଜେନା, ଲିପିକା ରାୟ, ଲକ୍ଷ୍ମଣ ଦାସ, ଆଲୋଖ ଚନ୍ଦ୍ର ଜେନା, ପ୍ରତାପ ସାହୁ,ଅଭିନାସ ଦାସ, ପିୟାପ୍ରିୟର୍ଦଷନୀ ମହାପାତ୍ର, ଶ୍ରୀକାନ୍ତ ମିଶ୍ର, ସଂଗ୍ରାମ ବଳିଆରସିଂ, ନିରଞ୍ଜନ ସାହୁ, ସ୍ୱର୍ଣ୍ଣଲତା ସାହୁ, ଶିବୁ ପଟ୍ଟନାୟକ, ଭୁବନାନନ୍ଦ ସାମନ୍ତ, ନଧବର ମହାରଣା ପ୍ରମୁଖ ଯୋଗଦାନ କରିଥିଲେ ।