ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା ଦଳରୁ ବହିଷ୍କୃତ ହେଲେ ୨ ବରିଷ୍ଠ ନେତା

ବିଜେଡିରୁ ଭବାନୀ ଶଙ୍କର ନିଆଲଙ୍କୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାମ ପାଇଁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଧାରଣ ସଂମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଥିଲେ ଭବାନୀ ଶଙ୍କର ନିଆଲ । ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ରୁ ବହିଷ୍କୃତ ହୋଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗର ଦିବାକର ଛାଟୋଇ।
ଭୁବନେଶ୍ୱର : ବିଜୁ ଜନତା ଦଳ ନିଜର ଦଳର ଉନ୍ନତି ପାଇଁ ଏବଂ ରାଜ୍ୟବାସୀଙ୍କ ସୁବିଧା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥାଏ । ଦଳର ସୁପ୍ରିମୋ ଦୁର୍ନିତୀଖୋର ଏବଂ ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଉ ନଥିବା ଅଧିକାରୀମାନଙ୍କୁ ଦଳରୁ ବହିଷ୍କାର କରିଥାନ୍ତି । ତେବେ ପୂର୍ବରୁ ଏହିପରି ଅନେକ ଅଧିକାରୀଙ୍କୁ ସେ ଦଳରୁ ବହିଷ୍କାର କରିଥିବା ବେଳେ ବର୍ତ୍ତମାନ ଆଉ ୨ ଜଣ ଅଧିକାରୀ ଦଳରୁ ବହିଷ୍କାର ହୋଇଛନ୍ତି ।