ବର୍ଷା ଅଟକାଇ ପାରିଲାନି ଭିଡ ବଡଗଡ ଗଣେଶ ମହୋତ୍ସବ ର ତୃତୀୟ ସନ୍ଧ୍ୟା

ବର୍ଷା ଅଟକାଇ ପାରିଲାନି ଭିଡ  ବଡଗଡ ଗଣେଶ ମହୋତ୍ସବ ର ତୃତୀୟ  ସନ୍ଧ୍ୟା

ଭୁବନେଶ୍ବର  ତା..09.09.2024....57 ଫୁଟ୍ ଉଚ୍ଚତା ବିଶିଷ୍ଟ  ଗଣେଶ ମୂର୍ତ୍ତି ଦର୍ଶନ କରିବାକୁ ଯେତିକି ଭିଡ, ସେମିତି ଆକର୍ଷଣ ଜର୍ମାନ ହlଙ୍ଗର ରେ  ଅନୁଷ୍ଠିତ ସଙ୍ଗୀତ ମହାକୁମ୍ଭ ରୁ  ଭାସି ଆସୁଥିବା ଭଜନ ସଙ୍ଗୀତର  ମୂର୍ଚ୍ଛନା  !
         ବଡଗଡ ଗଣେଶ ମହୋତ୍ସବର ତୃତୀୟ ସନ୍ଧ୍ୟା ର  ବର୍ଷା ଭିଜା ପରିବେଶ ଲୋକଙ୍କୁ ଅଟକାଇ ପାରି ନ  ଥିଲା  ! ବର୍ଷା ଭିଜା ସନ୍ଧ୍ୟାରେ ଭଜନର  ମଜା ନେବା ଲାଗି  ଜର୍ମାନ ହ୍ୟାଙ୍ଗର  ରେ  ଭଜନ ପ୍ରେମୀ ଶ୍ରୋତା ଙ୍କ  ଖଚl ଖଚ  ଭିଡରେ ଭର୍ତି ହୋଇ ଯାଇଥିଲା  !


                       ପ୍ରଥମେ ଗାୟକ ଜନାର୍ଦ୍ଧନ ଚୌଧୁରୀ ଙ୍କ କଣ୍ଠରେ  ଭାସି ଆସି ଥିଲା ଶ୍ରୀ ଗଣେଶ ଙ୍କ ବନ୍ଦନା !ଏହା ପରେ ଭଜନ କଣ୍ଠଶିଳ୍ପୀ  ଶୁଭଲକ୍ଷ୍ମୀ ଓଝା, ଆଶ୍ରିତl ଚୌଧୁରୀ ଓ ୟୁଧିଷ୍ଟିର  ଖୁଣ୍ଟିଆ ଙ୍କ  ଯୁଗଳ ବନ୍ଦି   ଶ୍ରୋତା ଙ୍କୁ ଝୁମେଇ  ଦେଇଥିଲେ  !
 ଶ୍ରୀ ଜଗନ୍ନାଥଙ୍କ  ଭଜନ..(ଏମିତି ଏ ବଡଦାଣ୍ଡ ହାତ ପାତି ରହି ଥିବି, ପତିତପାବନ ପତାକା କୁ  ଚାହିଁ.............../ଏ ଜୀବନ ଯୌବନ......../ ମୁଁ  କାଳିଆ ରାଜା ର  ପ୍ରଜା........ /ସେ ଗଉଡ ପୁଅ , ତାକୁ ଲହୁଣୀ  ଦିଅ........./ଆଦି ଭଜନ ଦର୍ଶକ ଙ୍କୁ  ବାନ୍ଧି ରଖିଥିଲା  ! ପ୍ରାୟ  ତିନି ଘଣ୍ଟା ଧରି ତାଙ୍କ  ସୁଲଳିତ କଣ୍ଠରେ ଶ୍ରୋତା ମନ୍ତ୍ର ମୁଗ୍ଧ ହୋଇ ଯାଇଥିଲେ  !

ଆଜି ବଡଗଡ ଗଣେଶ ମହୋତ୍ସବର  ତୃତୀୟ ସନ୍ଧ୍ୟାରେ  ବିଶିଷ୍ଟ ଅତିଥି ଭାବେ  ପୂର୍ବତନ ଖଦି ବୋର୍ଡ ର ଅଧ୍ୟକ୍ଷ  ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ଓ ଭାରତୀୟ ଜନତା ପାର୍ଟି ର ନେତା  ଶ୍ରୀ ଜଗନ୍ନାଥ ପ୍ରଧାନ,ଲିଙ୍ଗରାଜ ମଣ୍ଡଳ ସଭାପତି ଶ୍ରୀ  ସୁରେନ୍ଦ୍ର ପ୍ରଧାନ, ପ୍ରଭୁ ଶ୍ରୀ  ଗଣେଶ କୁ  କର୍ପୁର ଆଳତି  ନିବେଦନ କରି ଥିଲେ  ! ବଡ଼ଗଡ଼ ଗଣେଶ ମହୋତ୍ସବ ସଭାପତି ସଂଗ୍ରାମ ମାର୍ଥା ଙ୍କ ସହ ରଣା ପ୍ରତାପ ପାତ୍ର, ଅମିତାଭ ମହାନ୍ତି, ବାପି ବେଉରା, କୁମlରେଶ ବେଉରା,  ଦୀପକ  ପ୍ରଧାନ, କୁନା ମହାନ୍ତି, ରୋଶନ  ସାହୁ, ସୌମ୍ଯ ରଂଜନ ସେଠୀ, ଧର୍ମକାନ୍ତ ସେଠୀ, ଲଗ୍ନଜୀତ  ମହାନ୍ତି, ଉଭୟ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ  !

ସମସ୍ତ ଅତିଥି ମାନଙ୍କୁ  ବଡଗଡ ସଙ୍ଗୀତ ମହାକୁମ୍ଭ ଲାଇଭ ସୋ ମଣ୍ଡପ ରେ ମଞ୍ଚାସୀନ ହୋଇ ଅତିଥି ମାନେ  ତାଙ୍କ  ବକ୍ତବ୍ୟ ରଖିଥିଲେ !ସଭା  ଶେଷ ହେଲା  ପରେ ବଡଗଡ ଗଣେଶ ମହୋତ୍ସବ ତରଫରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମାନଙ୍କ ପାଇଁ  ପ୍ରସାଦ  ସେବନର  ବ୍ୟବସ୍ଥା  କରାଯାଇଥିଲା  !