HDFC BANK ଚମ୍ପୁଆ ତରଫରୁ ୩୨ ୟୁନିଟ୍ ରକ୍ତ ସଂଗ୍ରହ
HDFC BANK ତରଫରୁ ୩୨ ୟୁନିଟ୍ ରକ୍ତ ସଂଗ୍ରହ. ବ୍ୟାସନଗର ୧୩/୧୨ ସାପଗଡିଆ ସ୍ଥିତ ସନରାଇଜ୍ ଗ୍ରିନ୍ କ୍ଲବ୍ ପକ୍ଷରୁ ଶନିବାର ଆୟୋଜିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି.
ଏଚଡ଼ିଏଫସି ବ୍ଯାଙ୍କ୍ ଚମ୍ପୁଆ ଶାଖାର ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଯାଜପୁରରୋଡ୍ କ୍ଷତ୍ରିୟ ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ. ଏହି କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଏଚଡ଼ିଏଫସି ବ୍ଯାଙ୍କ୍ ର ପରିଚାଳକ ସନ୍ଦିପ୍ତ ଜେନା ଏବଂ କର୍ମଚାରୀମାନେ ପରିଚାଳନା କରିଥିଲେ..
Editor