ଅଭିଯୋଗକାରୀ ସନ୍ତୋଷ କୁମାର ସ୍ବାଇଁଙ୍କ ଲିଖିତ ଅଭିଯୋଗ ଆଧାରରେ ଶହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସନ୍ତୋଷ କୁମାର ସେଠୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

ଅଭିଯୋଗକାରୀ ସନ୍ତୋଷ କୁମାର ସ୍ବାଇଁଙ୍କ ଲିଖିତ ଅଭିଯୋଗ ଆଧାରରେ ଶହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସନ୍ତୋଷ କୁମାର ସେଠୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

Saheednagar P.S. Case No.385, dtd.12.08.2025, U/s-318(4)/296/351(2) BNS.

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଘାଟିକିଆ ଅଞ୍ଚଳରେ ରହୁଥିବା ବେଳେ ଜଣେ ଚାକିରୀ ଆଶାୟୀ ପ୍ରାର୍ଥୀ । ଗତ ତା.୨୮.୧୧.୨୦୨୪ ରିଖରେ, ସେ ଜଣେ ଯୁବତୀଙ୍କ ଜରିଆରେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଅଭିଯୁକ୍ତ ତାଙ୍କୁ ଭୁବନେଶ୍ବରରେ ଏକ ଚାକିରୀ ଯୋଗାଡ଼ କରିଦେବେ ବୋଲି ଉକ୍ତ ଯୁବତୀ ଜଣକ ଅଭିଯୋଗକାରୀଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ପରେ ଯୁବତୀଙ୍କ ନିକଟରୁ ମିଳିଥିବା ଫୋନ ନମ୍ବର ମାଧ୍ୟମରେ ଅଭିଯୋଗକାରୀ, ଅଭିଯୁକ୍ତ ସନ୍ତୋଷଙ୍କୁ ଯୋଗାଯୋଗ କରିଥିଲେ । ଅଭିଯୁକ୍ତ ଜଣକ ଠକିବାର ଅଭିପ୍ରାୟ ରଖି ଅଭିଯୋଗକାରୀଙ୍କୁ ଆର୍ମି ୧୨୦ ବାଟାଲିୟନରେ ଏକ ପଦବୀ ଖାଲି ଅଛି ବୋଲି ଜଣାଇଥିଲେ ଏବଂ ଉକ୍ତ ପଦବୀରେ ନିଯୁକ୍ତି ଲାଗି ତାଙ୍କୁ ଟଙ୍କା ଦେବା ପାଇଁ ପଡିବ ବୋଲି ମଧ୍ୟ ସୂଚାଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ତା.୨୮.୧୧.୨୦୨୪ ରିଖରେ, ଅଭିଯୋଗକାରୀ ତାଙ୍କ ଭାଇ ସୁଧୀର କୁମାର ସ୍ୱାଇଁଙ୍କ ସହିତ ମିଶି ଆର୍ମି ୧୨୦ ବାଟାଲିୟନ ପରିସରକୁ ଯାଇଥିଲେ ଏବଂ ସେଠାରେ ଅଭିଯୁକ୍ତ ସନ୍ତୋଷ ସେଠୀଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଆଲୋଚନା ପରେ, ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ଆଧାର କାର୍ଡ, ପ୍ୟାନ୍ କାର୍ଡ, ମାଟ୍ରିକ୍ ସାର୍ଟିଫିକେଟ୍, ଯୁକ୍ତଦୁଇ ସାର୍ଟିଫିକେଟ୍, ଚାରୋଟି ପାସପୋର୍ଟ ଆକାରର ଫଟୋଗ୍ରାଫ୍ ଏବଂ ଅଭିଯୁକ୍ତ ସନ୍ତୋଷଙ୍କ ଦ୍ୱାରା ଦିଆଯାଇଥିବା କ୍ୟୁଆର କୋଡ୍ ମାଧ୍ୟମରେ ୫,୦୦୦ ଟଙ୍କା ଭାଇ ସୁଧୀର କୁମାର ସ୍ୱାଇଁଙ୍କ ମାଧ୍ୟମରେ ଦେଇଥିଲେ । ଅଭିଯୁକ୍ତ ଉପରୋକ୍ତ ସମସ୍ତ ଡକ୍ୟୁମେଣ୍ଟ ନେଇ ୧୨୦ ବାଟାଲିୟନ ପରିସର ଭିତରକୁ ଯିବାର କିଛି ସମୟ ପରେ ଫେରି ଆସି ଅଭିଯୋଗକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇସାରିଛି ବୋଲି କହିଥିଲେ । ଖୁବଶୀଘ୍ର ତାଙ୍କୁ ସେ ୟୁନିଫର୍ମ, ପରିଚୟପତ୍ର ଏବଂ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ପ୍ରତିଶୃତି ଦେଇଥିଲେ । ତା.୦୧.୧୨.୨୦୨୪ ରିଖ ଦିନ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି କହି ଅଭିଯୁକ୍ତ ଜଣକ ଗତ ତା.୩୦.୧୧.୨୦୨୪ ରିଖ ଦିନ ଅଭିଯୋଗକାରୀଙ୍କୁ ଅଧିକ ୨,୦୦୦ ଟଙ୍କା ମାଗିଥିଲେ ।  ତା.୦୧.୧୨.୨୦୨୪ ରିଖ ରବିବାର ପଡୁଥିବାରୁ ଅଭିଯୋଗକାରୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇବା ଦେଖି ଅଭିଯୁକ୍ତ ତାଙ୍କୁ ତା ପରଦିନ ଅର୍ଥାତ ତା.୦୨.୧୨.୨୦୨୪ ରିଖ ଦିନ ଆସିବା ଲାଗି କହିଥିଲେ । ତା.୦୨.୧୨.୨୦୨୪ ରିଖ ଦିନ ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କ ନମ୍ବର ଏବଂ ତାଙ୍କ ବାପାଙ୍କ ନମ୍ବର ବ୍ଲକ କରିଦେଇଥିବା, ସେ ଜାଣିବାକୁ ପାଇଥିଲେ । ଏହି ଘଟଣାର ବହୁତ ଦିନ ବିତିଯିବା ପରେ ଗତ ତା.୧୨.୦୮.୨୦୨୫ ରିଖ ଦିନ ଅଭିଯୁକ୍ତଙ୍କୁ ଆଚାର୍ଯ୍ୟବିହାର ନିକଟରେ ଦେଖିପାରି ଅଭିଯୋଗକାରୀ ତାଙ୍କୁ ନେଇଥିବା ଟଙ୍କା ଫେରାଇଦେବା ଲାଗି କହିଥିଲେ । ଏହା ଶୁଣି ଅଭିଯୁକ୍ତ ଜଣକ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଏବଂ ଜୀବନରୁ ମାରିବାର ଧମକ ମଧ୍ୟ ଦେଇଥିଲେ । ଏନେଇ ଅଭିଯୋଗକାରୀ ଥାନାର ଦ୍ଵାରସ୍ଥ ହୋଇଥିଲେ । 

ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ସନ୍ତୋଷ କୁମାର ସେଠୀଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ, ସେ ନିଜର ଅପରାଧ ସ୍ୱୀକାର କରିଥିଲେ । 

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name of the accused persons:

1. Santosh Kumar Sethi (33), S/O- Udaynath Sethi, At- Nandi Gora, PS- Dharakot, Dist- Ganjam, At/Pr- Acharya Vihar, C/O- Tuna, PS- Saheednagar, BBSR UPD.