ଧନ୍ୟବାଦ ମୁଖ୍ୟମନ୍ତ୍ରୀ : ନୂଆ-ଓ ସ୍କଲାରସିପ ଘୋଷଣା ପରେ ଉତ୍ସବ ମୁଖର ଉତ୍କଳ ବିଶ୍ୱବିଦ୍ୟାଳୟ
nabin pattanaik nuo scholarship utkal university

ଆଗେଇଲେ ଯୁବଶକ୍ତି ଆଗେଇବ ଓଡ଼ିଶା । ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ଘୋଷଣା ହୋଇଛି ନୂଆ-ଓ ସ୍କଲାରସିପ। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସ୍ୱତନ୍ତ୍ର ସ୍କଲାରସିପ୍। ଛାତ୍ରମାନଙ୍କୁ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବାକୁ ଥିବା ବେଳେ ଛାତ୍ରୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ । ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍ । ତେବେ ଆସନ୍ତା ୨୦ ତାରିଖରୁ ରୁ ୨୫ ତାରିଖ ମଧ୍ୟରେ ଏହି ସ୍କଲାରସିପ୍ ମିଳିବାକୁ ଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ।
ଏହି ପରିପେକ୍ଷି ରେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଅରୂପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆହୁରି ମଧ୍ୟ ଏହି ପ୍ରୋତ୍ସାହନ ରାଶି ଆଗାମୀ ଦିନରେ ଆର୍ଥିକ ସ୍ତରରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ରଶ୍ମି ରଂଜନ ପରିଡ଼ା, ବରିଷ୍ଠ ଛାତ୍ରନେତା ସନ୍ତୋଷ ମାଝି, ହିମାଦ୍ରି ନନ୍ଦନ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସିମ୍ରନ୍ ସିଂ ରାଜପୁତ, ସଚ୍ଚିକାନ୍ତ ସାହୁ, ରୁଦ୍ର ପଟ୍ଟନାୟକ ଓ ହିତେଶ ମଲ୍ଲିକ,ଓମ କାର ନନ୍ଦ ପ୍ରମୁଖ ଯୋଗ ଦେଇ ଥିଲେ ।