ରାଜଧାନୀ ବାସୀଙ୍କ ଆକର୍ଷଣ ପାଲିଟିଛି ବଡ଼ଗଡର ବଡ଼ ଗଣେଶ

ରାଜଧାନୀ ବାସୀଙ୍କ ଆକର୍ଷଣ ପାଲିଟିଛି ବଡ଼ଗଡର ବଡ଼ ଗଣେଶ

ବଡଗଡ ଗଣେଶ ମହୋତ୍ସବ ରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଗଣେଶ ଙ୍କୁ ଦର୍ଶନ ଓ ପୂଜାର୍ଚନା କଲେ 

....................................

ଆଜି ବଡଗଡ ଗଣେଶ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ଭାବେ ଏକାମ୍ର ର ବିଧାୟକ ବାବୁ ସିଂ ,ୱାର୍ଡ ନମ୍ବର 45 ର କର୍ପୋରେଟର ଅମରେଶ ଜେନା, ରାଣା ପ୍ରତାପ ପାତ୍ର, ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ଜିଲା ଯୁବ ମୋର୍ଚ୍ଚା ସଭାପତି ସ୍ଵୟଂ ସେବକ ରାୟ ,ପ୍ରଭାତ କୁମାର ଦଳବେହେରା, ପ୍ରଭୁ ଶ୍ରୀ ଗଣେଶ ଙ୍କୁ ଦର୍ଶନ କରି କର୍ପୁର ଆଳତି ନିବେଦନ କରିଥିଲେ ! ଗଣେଶ ମହୋତ୍ସବର ସଭାପତି ସଂଗ୍ରାମ ମାର୍ଥା ଙ୍କ ସହ ବାପି ବେହୁରା, ଅମିତାଭ ମହାନ୍ତି, ଆଦିତ୍ୟ ଗଜେନ୍ଦ୍ର, ବିକ୍ରମ ମାର୍ଥା, ପ୍ରଶାନ୍ତଗଜେନ୍ଦ୍ର, ନୀତିଶ ମହାନ୍ତି, ହୋଲି ଶ୍ରୀଚନ୍ଦନ, ଅଜୟ ବେହେରା, ମଣ୍ଟୁ ସ୍ଵାଇଁ, ସୋମୁ ମାନସିଂହ,ଆଶିଷ ମହାନ୍ତି ସୌମ୍ଯ ରଂଜନ ସେଠୀ, ଉଭୟ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ !ସମସ୍ତେ ଅତିଥି ମାନକୁ ବଡଗଡ ସଙ୍ଗୀତ ମହାକୁମ୍ଭ ଲାଇ ଭ ସୋ ମଣ୍ଡପ ରେ ମଞ୍ଚାସୀନ ହୋଇ ଅତିଥି ମାନେ ତାଙ୍କ ବକ୍ତବ୍ୟ ରଖିଥିଲେ ! ଏକାମ୍ର ବିଧାୟକ ବାବୁ ସିଂ ଇରା ମହାନ୍ତି ଙ୍କୁ ବଡବଡ ଗଣେଷ ମହୋତ୍ସବ -2024 ମାନପତ୍ର ପ୍ରଦାନ କରିଥିଲେ !

ବଡ଼ବଡ଼ ଗଣେଶ ମହୋତ୍ସବ,

ବଡଗଡ ମୁହାଁ ରାଜଧାନୀବାସୀ 

ଦିନକୁ ଲକ୍ଷାଧିକ ଲୋକଙ୍କ ସମାଗମ 

ଇରା ମହାନ୍ତି ଙ୍କ ଗୀତ ରେ ଝୁମିଲେ ଶ୍ରୋତା 

............................................

ଭୁବନେଶ୍ବର..08.9.24..ବଡଗଡରେ ବଡ ଗଣେଶଙ୍କ ର ଆକର୍ଷଣ ରାଜଧାନୀ ବାସୀ ଙ୍କୁ ଘାରିଛି ! ବିଶାଳ ଗଣେଶ ମୂର୍ତ୍ତି ସହିତ ରୂପା ପାଦ, ଆକର୍ଷଣୀୟ ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ କରି ମୀନାବଜାର, ରାମ ଦୋଳି, ଲୋକଙ୍କୁ ଟାଣି ଆଣୁଛି ! ପ୍ରଥମ ଦିନରେ ପ୍ରାୟ ପଚାଶ ହଜାରୁ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା ! 

                        ଆଜି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଲକ୍ଷାଧିକ ଲୋକ ବୁଲl ବୁଲି କରି ମହୋତ୍ସବ ରୁ ପେରୀ ଛନ୍ତି ! ସନ୍ଧ୍ୟା ହେବା ମାତ୍ରେ ଆଜି ଲୋକଙ୍କ ଭିଡ କଳ୍ପନା ଛକ ଠାରୁ ଆରମ୍ଭ ହୋଇଥିଲା !ନିର୍ଦ୍ଧାରିତ ସ୍ଥାନରେ ଗାଡି ପାର୍କିଂ କରି ଲୋକେ ମହୋତ୍ସବ କୁ ଆସିଥିଲେ ! ଟ୍ରାଫିକ ପରିଚାଳନା ପାଇଁ କମିଶନରେଟ ପକ୍ଷରୁ ମହୋତ୍ସବ ସ୍ଥାନ କୁ ଗାଡି ,ମଟର କଟକଣା କରାଯାଇଛି ! କଳ୍ପନା ପଟୁ ଆସୁଥିବା ଲୋକେ ଦୟା ୱେଷ୍ଟ କେନାଲ ରାସ୍ତା, ବଡଗଡ ହାଟ ଭିତରେ ଗାଡି ପାର୍କିଂ ର ବ୍ୟବସ୍ଥା କରାଯାଇଛି ! ବଡଗଡ ବ୍ରିଟ୍ କଲୋନୀ ପଟୁ ଆସୁଥିବା ଲୋକେ ବଡଗଡ ଥାନା ରାସ୍ତା ରେ ପାର୍କିଂ ର ବନ୍ଦୋବସ୍ତ କରାଯାଇଛି ! ରସୁଲଗଡ ପଟୁ ଆସୁଥିବା ଲୋକେ ବଡଗଡ କେନାଲ ରୋଡ ରାସ୍ତା ରେ ଗାଡି ପାର୍କିଂ ର ବ୍ୟବସ୍ଥା କରାଯାଇଛି !

........................................

     ମନ୍ତ୍ର ମୁଗ୍ଧ କଲେ ଇରା ମହାନ୍ତି

.................................

ବଡଗଡ ସଙ୍ଗୀତ ମହାକୁମ୍ଭ ଲାଇଭ ସୋ ରେ ଆଜି ଆକର୍ଷଣ ସାଜି ଥିଲେ ଓଲିଉଡ ଗାୟିକା ଇରା ମହାନ୍ତି ତାଙ୍କ କଣ୍ଠରୁ ନିସୃତ ଶ୍ରୀ ଗଜାନନ ଙ୍କ ଭଜନ ଓ ଓଡିଆ ଗୀତ... ମାରି ଦେଲା ତୋ ଦୁଷ୍ଟ ନଜର........./ ନେଇ ଯିବ ତା ସାଥିରେ ବଧୁ ବେଶରେ....... / ମୋ ଦେହରେ ଓଢ଼ଣୀ ପଡିଛି.......... / ଏ ଅଗଣା ଏ ଘର.........../ ଚାଲିରେ ତୋ ର ପଦ୍ମ ଫୁଟେ....../ ଏ ଗୌରl ଆଜିକାଲି କଣ ଖାଉଛୁ......../ ଝିଅ ନୂହେଁ ତୁ ଅପସରୀ ............/ ଶ୍ରାବଣ କହିଚି ମୋର ପାଉଁଜି ହେବ........./ ଝିଲିମିଲି ରାତି......../ ଆଦି ଗୀତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା ! ପ୍ରାୟ ତିନି ଘଣ୍ଟା ଧରି ତାଙ୍କ ସୁଲଳିତ କଣ୍ଠରେ ଶ୍ରୋତା ମନ୍ତ୍ର ମୁଗ୍ଧ ହୋଇ ଯାଇ ଥିଲେ ! 

 .................... ......................

ମୀନାବଜାର ରେ ମା ମଙ୍ଗଳା ମାଟି ହାଣ୍ଡି ଲସି..

......................................................

 ମୀନାବଜାରରେ ଏକ ନିଆରା ଷ୍ଟଲ୍ କରିଛନ୍ତି ଗଣେଶ ସାହୁ ! ମାଟି ହାଣ୍ଡିରେ ତାଙ୍କ ପକ୍ଷରୁ ପ୍ରସ୍ତୁତ ସ୍ଵାଦିଷ୍ଟ ଲସି ପିଇବା କୁ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଛି ! ତାଙ୍କ ଲସିର ବିଶେଷତ୍ବ ହେଲା ଏହା ଏତେ ବହଳl ଯେ ତାହାକୁ ପିଇ ହୁଏ ନାହିଁ, ଚାମୁଚ ରେ ଖାଇବାକୁ ପଡ଼େ ! ବିଭିନ୍ନ ସ୍ଵାଦିଷ୍ଟ ଦ୍ରବ୍ୟ ମିଶ୍ରିତ ଏହି ଲସି ଷ୍ଟଲ୍ ମୀନାବଜାର ରେ ଅନ୍ୟତମ ଆକର୍ଷଣ ପାଲିଟିଛି !