ଭୁବନେଶ୍ୱର ଡିଜିଟାଲ ମିଡ଼ିଆର ସଭାପତି ହେଲେ ବିକାଶ ସମ୍ପାଦକ ମନୋଜ

ଭୁବନେଶ୍ୱର ଡିଜିଟାଲ ମିଡ଼ିଆର ସଭାପତି ହେଲେ ବିକାଶ ସମ୍ପାଦକ ମନୋଜ

ନିର୍ବାଚନ ସମସ୍ତଂଙ୍କ ମୌଳିକ ଅଧିକାର, ସମସ୍ତେ ମତଦାନ କରିବାକୁ ଚାହାଁନ୍ତି, ଆଜି ଏକ ଅଭିନବ ଢ଼ଙ୍ଗରେ ରାଜଧାନୀ ଭୁବନେଶ୍ବର ରେ ବଛା ବଛା ସାମ୍ୱାଦିକ ମାନଙ୍କୁ ନେଇ ଏକ ସଙ୍ଘ ଗଠିତ ହୋଇଥିଲା ଯେଉଁ ସଙ୍ଘ ନାମ ଥିଲା ଭୁବନେଶ୍ୱର ଡିଜିଟାଲ ମିଡିଆ ସଂଘ . ଆଡଭୋକେଟ ଜୀବନ ଜ୍ୟୋତି ଗଡନାୟକ ଙ୍କ ଅଧ୍ୟକ୍ଷତାରେ ଏହି ସଂଘ ର ନାମ କରଣ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ଡିଜିଟାଲ ମିଡିଆ ର ସାମ୍ୱାଦିକ ମାନଙ୍କୁ ନେ଼ଇ ଏକ ନିର୍ବାଚନ ହୋଇଥିଲା ଏଥିରେ 52 ଜଣ ସାମ୍ୱାଦିକ ନିଜର ମତଦାନ କରିଥିଲେ.. ଏହି ନିର୍ବାଚନ ରେ ପାଞ୍ଚଟି ପଦବି ଯଥାକ୍ରମେ ସଭାପତି, ଉପସଭାପତି, କାର୍ଯ୍ୟକାରୀ ଅଧ୍ୟକ୍ଷ, ସମ୍ପାଦକ, ଯୁଗ୍ମ ସଚିବ ଏବଂ କୋଷାଧକ୍ଷ ପାଇଁ ମତଦାନ ହୋଇଥିଲା.

ବିକାଶ ବେହେରା 37 ଖଣ୍ଡ ଭୋଟ ରେ ନିଜ ପ୍ରତିଦୋନ୍ଦି ବିନାୟକ ବେହେରା ଙ୍କୁ ହରେଇ ଥିଲେ ଏବଂ ବିରଞ୍ଚି ସାହୁ ଅଧିକ ଭୋଟ ପାଇ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ, ମନୋଜ ସାହୁ 28 ଖଣ୍ଡ ଭୋଟ ପାଇ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ, ଏବଂ ଉପସଭାପତି ରେ ରୋଚକ ମୋଡ ଦେଖିବାକୁ ମିଳିଥିଲା ଅନିଲ ପରିଡ଼ା ଏବଂ ନୃସିଂହ ସାହୁ ସମାନ ସଂକ୍ଷକ ଭୋଟ ପାଇ ଯୁଗ୍ମ ବିଜେତା ହୋଇଥିଲେ, ଜ୍ୟୋତି କଲ୍ୟାଣ ପଟ୍ଟନାୟକ ଯୁଗ୍ମ ସଚିବ ଭାବେ ବିଜୟ ଲାଭ କରିଥିଲେ ଏବଂ ଶେଷରେ କୋଷାଧ୍ୟକ୍ଷ ଭାବେ ଅଧିକ ଭୋଟ ରେ ବିଜୟ ଲାଭ କରିଥିଲେ ଦେବତୋଷ ନାୟକ.. ଏହି ନିର୍ବାଚନ ଅତି ଶାନ୍ତି ଶୁଙ୍ଖଳା ର ସମାପନ ହୋଇଥିଲା ଏବଂ ବରିଷ୍ଟ ଆଇନୀଜିବୀ ଜୀବନ ଜ୍ୟୋତି ଗଡନାୟକ ଉକ୍ତ ନିର୍ବାଚନ କୁ ପରିଚାଳନା କରିଥିଲେ ଏହି ନିର୍ବାଚନ ସାମ୍ୱାଦିକ ମାନଙ୍କର ଏକତା କୁ ଅକ୍ଷୁର୍ଣ୍ଣ ରଖିବ ବୋଲି ସମସ୍ତେ ଆସ୍ତାପ୍ରକଟ କରିଥିଲେ