ଏକ ସୁନା ଚେନ ଛୀନତାଇ ମାମଲାରେ ଦୁଇ ଅଭିଯୁକ୍ତ କୁ ଏକ ବର୍ଷ ଜେଲ

ଏକ ସୁନା ଚେନ ଛୀନତାଇ ମାମଲାରେ ଦୁଇ ଅଭିଯୁକ୍ତ କୁ ଏକ ବର୍ଷ ଜେଲ

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଏକ ସୁନା ଚେନ ଛୀନତାଇ ମାମଲାରେ ଦୁଇ ଅଭିଯୁକ୍ତ କୁ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି,ଆଜି ତା 12.3.2024 ରିଖ ଭୁବନେଶ୍ୱର ସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତୀ ପାୟଲ ଗୁପ୍ତା ଙ୍କ ଦ୍ୱାରା ଆସାମୀ ସନ୍ତୋଷ ନାୟକ ଓ ରଶ୍ମି ରଞ୍ଜନ ନାୟକ କୁ ଏକ ସୁନା ଚେନ ଛୀନତାଇ ମାମଲାରେ ଦଣ୍ଡା ଦେଶ ପ୍ରକାଶ କରିଛନ୍ତି ପ୍ରକାଶ ଥାଉକି ଗତ 17.4.2023 ରିଖ ସନ୍ଧ୍ୟା ଆଠଟା ସମୟରେ କପିଳେଶ୍ଵର ହାଟ କୁ ତାଙ୍କ ମା ଙ୍କ ସହିତ ସ୍କୁଟି ରେ ଯିବା ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ପଛରୁ ଆସି ଅଭିଯୋଗ କାରିଣୀ ଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଖରଖିଆ କେନାଲ ରୋଡ଼ ରେ ଚମ୍ପଟ ମାରିଥିଲେ, ତାଙ୍କ ଅଭିଯୋଗ କ୍ରମେ ଲିଙ୍ଗରାଜ ଥାନାରେ ଏକ ଛୀନତାଇ ମାମଲା ରୁଜୁ ହୋଇଥିଲା ଯାହାର କେଶ no 126/2023 ଓ A. S. I

ଅମରେନ୍ଦ୍ର ସ୍ୱାଇଁ ଏହାର ତଦନ୍ତ ଦାଇତ୍ୱ ନେଇଥିଲେ ଏହି ଘଟଣାରେ ମାନ୍ୟବର ଅଦାଲତ 12 ଜଣ ସାକ୍ଷୀ ଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ସନ୍ତୋଷ ନାୟକ ଓ ରଶ୍ମି ରଞ୍ଜନ ନାୟକ କୁ ଏକ ବର୍ଷ(R. I)ସଶ୍ରମ କାରାଦଣ୍ଡ ଦେଶ ପ୍ରକାଶ କରିଛନ୍ତି ଏହି ମାମଲା କୁ ସରକାର ଙ୍କ ତରଫରୁ ସହକାରୀ ଓକିଲ ପି. ପି ବିଜୟ କୁମାର ବାରିକ ଓ ବିଜନ ବିହାରୀ କର ପରିଚାଳନା କରିଥିଲେ