ନିଜକୁ ନାଭାଲ ଅଫିସର କହି ଫସିଗଲେ

ନିଜକୁ ନାଭାଲ ଅଫିସର କହି ଫସିଗଲେ

ନିଜକୁ ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ନାଭାଲ ଅଫିସର ପରିଚୟ ଦେଇ ପୀଡିତାଙ୍କ ପ୍ରୋଫାଇଲରେ ଆଗ୍ରହ ଦେଖାଇଥିଲେ। ଅଭିଯୁକ୍ତ ଜଣକ ପୀଡିତା ଓ ତାଙ୍କର ପରିବାର ସଦସ୍ୟଙ୍କ ସହିତ ଅତି ଚତୁରତାର ସହ ମିଥ୍ୟା ତଥା ମିଥ୍ୟା କଥା କହି ସମ୍ପର୍କ ବଢାଇଥିଲେ ଏବଂ ତାଙ୍କ ମୋବାଇଲରେ ପୀଡିତାଙ୍କର ତାଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କକୁ ରେକର୍ଡ କରିଥିଲେ । ଅଭିଯୁକ୍ତ ଜଣକ ଜଣେ ଠକ ଓ ପ୍ରତାରକ ବ୍ୟକ୍ତି ଜାଣିବା ପରେ ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟ ଉକ୍ତ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ । ଏହା ପରେ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲକୁ ଡ଼ାକି ତାଙ୍କ ଇଚ୍ଛା ବିରୁଦ୍ଧରେ ନିର୍ଯ୍ୟାତନା ଦେଇଥିଲେ ଏବଂ ଉକ୍ତ କାର୍ଯ୍ୟର ଭିଡିଓ ରେକର୍ଡ କରି ସେଗୁଡିକୁ ଭାଇରାଲ କରିବାର ଧମକ ଦେଇ ପୀଡିତାଙ୍କୁ ବ୍ଲାକମେଲ କରିଥିଲେ ।

ପୀଡ଼ିତା ଭୟରେ ଅଭିଯୁକ୍ତଙ୍କୁ ୫୦,୦୦୦/- ଟଙ୍କା ଦେବା ପରେ ମଧ୍ୟ ଅଭିଯୁକ୍ତ ଜଣକ ପୀଡିତାଙ୍କ ବାହାଘର ଭାଙ୍ଗିବା ପାଇଁ ତାଙ୍କ ଘରକୁ ଆସିଥିଲେ ଏବଂ ପରିବାର ବର୍ଗଙ୍କୁ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ତାଙ୍କର ଓ ପୀଡ଼ିତାଙ୍କର ଆପତ୍ତିଜନକ ଫଟୋ, ଭିଡିଓ, ଧମକପୂର୍ଣ ତଥା ଅପମାନଜନକ ବାର୍ତ୍ତାକୁ ପୀଡ଼ିତାଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ପଠାଇଦେଇଥିଲେ । ଏନେଇ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କ ହେପାଜତରୁ ଏହି ଅପରାଧରେ ବ୍ଯବହୃତ ହୋଇଥିବା ନିମ୍ନଲିଖିତ ଜିନିଷ ମାନ ଜବତ କରିଥିଲେ । ପଚାରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲା। 

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ଭୁବନେଶ୍ବର ମହିଳା ଥାନା ପୁଲିସ ଅଭିଯୋଗକାରିଣୀ (ପୀଡିତା)ଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରିବା ସହ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ସୋମୀୟ ରଞ୍ଜନ ମିଶ୍ର ଯାହାଙ୍କ ଘର ଜଗତସିଂହପୁର ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି