ପୁନର୍ବାର ପ୍ରଣବ ବଳ ହେଲେ ମତୋ ପଞ୍ଚାୟତର ବିଜେପି ସଭାପତି

ମତୋ କଲ୍ୟାଣ ମଣ୍ଡପ ଠାରେ ମତୋ ଗ୍ରାମ ପଞ୍ଚାୟତର ଵିଜେପି କର୍ମୀ ଙ୍କୁ ନେଇ ପଞ୍ଚାୟତ ସଭାପତି ଚୟନ ପାଇଁ ଏକ ବୈଠକ ବସିଥିଲା. ଉକ୍ତ ବୈଠକରେ ରେ ଗଜଲଷ୍ମୀ ମଣ୍ଡଳ ସଭାପତି ମାନନୀୟ ଚନ୍ଦନ ଵଳ, ଜିଲ୍ଲା ସମ୍ଫାଦକ ଶ୍ରୀଯୁକ୍ତ କମଳାକାନ୍ତ ସୁତାର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଅଶୋକ ରାଉତ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଶ୍ରୀଯୁକ୍ତ ଉପେନ୍ଦ୍ର ରାଉଳ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଦୈତାରୀ ଦାସ, ଉତୁକୁଡା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବାବୁଲି ପୁହାଣ ମହୋଦୟ ତଥା ମଣ୍ଡଳ ଏବଂ ପଞ୍ଚାୟତର ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦଙ୍କ ଉପସ୍ଥିତିରେ ପୁନର୍ବାର
ମତୋ ବିଜେପି ପଂଚାୟତ ସଭାପତି ରୂପେ ପ୍ରଣବ ବଳ ଏବଂ ଉପସଭାପତି ରୂପେ ପ୍ରମୋଦ ମହାନ୍ତି ଙ୍କ ନାମକୁ ସର୍ବସମ୍ମତି କ୍ରମେ ଚୟନ କରାଯାଇ ଥିଲା, ପରେ ପରେ ନୂତନ ସଭାପତି ଏବଂ ଉପସଭାପତି ଦଳୀୟ କର୍ମୀଙ୍କ ସହିତ ସବୁଦିନ ରହିବେ ବୋଲି ନିଜ ନିଜର ଅଭିଭାଷଣ ରେ ପ୍ରତିଶୃତି ଦେଇଥିଲେ