ବଡଗଡ ଗଣେଶ ମହୋତ୍ସବ ବର୍ଷା କୁ ଖାତିର ନ କରି ଭୁବନେଶ୍ବର ବାସୀ ବଡଗଡ ମୁହାଁ

ବଡଗଡ ଗଣେଶ ମହୋତ୍ସବ ବର୍ଷା କୁ ଖାତିର ନ କରି ଭୁବନେଶ୍ବର ବାସୀ ବଡଗଡ ମୁହାଁ

ଭୁବନେଶ୍ବର- 07/09/ପ୍ରଭୁ ଅଗ୍ରପୂଜ୍ଯ ଅlବlହନ ରେ ବଡଗଡ ଗଣେଶ ମହୋତ୍ସବ ମୁଖରିତ ହୋଇ ଉଠୁଛି  । ବର୍ଷା ହେଉଛି, ତା ପରେ ଖରା ବି ହେଉଛି ମାତ୍ର୍ ବର୍ଷା କୁ ବେଖାତିର କରି ବଡଗଡ ଗଣେଶ ମଣ୍ଡପ ପୂଜା ମଣ୍ଡପ ଆଡକୁ ଲୋକେ ସକାଳୁ ହେଲା କ୍ଷଣି ଛୁଟୁଛନ୍ତି  ।ପୂର୍ବାହ୍ନ ରେ ପଶ୍ଚିମ ଆକାଶରେ ଇନ୍ଦ୍ରଧନୁର ଦୃଶ୍ୟ  ହୋଇଥିଲା।  ବୋଧେ ହୋଇଥିଲା ଯେପରି ଭାଗବାନ ଇନ୍ଦ୍ର ଦେବତା  ଯେପରି ଅଗ୍ରପୂଜା ଙ୍କୁ ସ୍ଵାଗତ କରୁଛନ୍ତି। 


                 ଗତକାଲି ରାତ୍ରି ଘ.12.30 ମି, ରେ ମୂର୍ତ୍ତି ର ପ୍ର୍ୟତେକ କାର୍ଯ୍ୟ ସମାପ୍ତ ହୋଇ ଯାଇଥିଲା  ।ଆଜି  ସକାଳୁ ସକାଳୁ ପୁରୋହିତ ଶ୍ରୀ  ହେମନ୍ତ ପଣ୍ଡା  ପୂଜାର୍ଚ୍ଚନା ଆରମ୍ଭ କରି  ଜୀବନ୍ୟାସ ଦେଇଥିଲେ। ଶ୍ରୀ ଗଣେଶ ଙ୍କ  ଶ୍ରୀମୁଖ ଅନାବରଣ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ  ନିମନ୍ତେ ଗଣେଶ ପେଣ୍ଡlଲ ରୁ ପରଦା ଖୋଲିଥିଲା  ।ସେବେ ଠାରୁ ଦର୍ଶକ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗି ରହିଛି । ବର୍ଷା ହାର ମାନିଛି ଶ୍ରଦ୍ଧାଳୁ ମାନଙ୍କ ଆବେଗ ନିକଟରେ  ।ସବୁ ବର୍ଗର ଲୋକେ 57 ଫୁଟ ଉଚତା ଶ୍ରୀ ଗଣେଶ ଙ୍କ ପ୍ରତିମା ଙ୍କ ର ଦର୍ଶନ ରେ ଅଭିଭୂତ ହେଉଛନ୍ତି। ସନ୍ଧ୍ୟା ଠାରୁ ବଢୁଛି ଗହଳି। କଳ୍ପନା ଛକ ଠାରୁ ବଡଗଡ ଛକ ଯାଏ ରାସ୍ତା ଆଲୋକିତ ହୋଇ ଉଠୁଛି। 
               ମୀନାବଜାର ରେ ଜମି ଯାଇଛି ଗହଳି। ପିଲାଙ୍କ ଠାରୁ ମହିଳା, ବାପା ଓ ମା ସାଥିରେ ପିଲାମାନେ କିଣା କିଣି ରେ ବ୍ୟସ୍ତ  ।ଦୋଳି ଖେଳରେ ମାତିଛନ୍ତି। 


             ଏପଟେ ଜର୍ମାନ ହ୍ୟାଙ୍ଗର  ମଞ୍ଚରେ ସୁନାମଧନ୍ଯ ଓଲିଓଡ ସିଙ୍ଗର ଅର୍ଚନା ପାଢୀ ଙ୍କ  ସୁମଧୁର ସମ୍ବଲପୁରୀ ଓ ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହେଉଛି ,ସମଗ୍ର୍  ଅଞ୍ଚଳ ଆର୍କେଷ୍ଟା୍ର ତାଳେ ତାଳେ  - ଝଲମଲ--- -----,/ଏ ଗୁଣ୍ଡା---/ ରିମଝିମ ପାଣି--- /ଏ ଲବଙ୍ଗ ଲତା----/ତୋର  ପାଏଲିଅl,-- /ଦିଲ୍ ବାଉରୀ --- /ମହାବତ୍ ହୋଇ ଗଲା ରେ /
                       ଙ୍କ ସଙ୍ଗୀତ ଗାନ ଶୁଣି ଝୁମି ଝୁମି ଉଠୁଛନ୍ତି ଶ୍ରୋତାମାନେ,( 07 ) ଶlତ ଦିନ ବ୍ୟାପି କାର୍ଯ୍ଯକ୍ରମ   ହେଉଛି  ବଡ ଆକର୍ଷଣ। ସେଥିପାଇଁ ଭିଡ ଜମୁଛି, ରାତି ଘ,11,00 ମି  ଯାଏ ଲୋକେ ସଙ୍ଗୀତ  ଶୁଣିବେ। 


                    ଗଣେଶ ପ୍ରତିମା ଙ୍କୁ ଯିଏ ଦେଖୁଛି ବ୍ହ  ଭକ୍ତି ବିଭୋର ହୋଇ ଯାଉଛି। ଡାହାଣ ପାଦରେ 10 କେଜି ଓଜନର ରୂପା ଆଚ୍ଛାଦିତ ପାଦ ଉପରେ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ମୁଣ୍ଡିଆ ମାରୁଛନ୍ତି। ସେଠାରେ ଠାକୁରଙ୍କୁ  ଲାଗି  ହୋଇଛି 57 କେଜି ଓଜନର ବୁନ୍ଦିଆ ଲଡୁ ପ୍ରସାଦ। 
                ଭକ୍ତ ଓ ଶ୍ରଦ୍ଧାଳୁ, ବିଦ୍ୟାର୍ଥୀ ମାନଙ୍କ ଗହଳି  ଓ  ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇ ତଥା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ ପୋଲିସ କାର୍ଯ୍ଯରତ  ଅଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ  ବଡଗଡ ଗଣେଶ ମହୋତ୍ସବ କମିଟ ଓ  ଗ୍ରାମବାସୀ ବୃନ୍ଦ, ଓ ବ୍ରାଇଟ ଷ୍ଟାର ୟୁଥ୍  ଅlସସିଏସନ ସଭ୍ଯ ସାହାଯ୍ୟ ର  ହାତ ବଢାଇଛନ୍ତି